କଟକ ବଡ଼ଡାକ୍ତରଖାନାରେ ଏବେ ହେବ ହାର୍ଟ ପ୍ରତିରୋପଣ, ରାଜ୍ୟ ସରକାର ଦେଲେ ଗ୍ରୀନ ସିଗନାଲ୍

କଟକ(କେନ୍ୟୁଜ୍): ଓଡିଶା ପାଇଁ ଖୁସି ଖବର। ରାଜ୍ୟର ଚିକିତ୍ସା ବ୍ୟବସ୍ଥାରେ ଏକ ନୂ୍ଆ ଅଧ୍ୟାୟ ଯୋଡ଼ିହେବକୁ ଯାଉଛି। କଟକ ବଡ଼ଡାକ୍ତରଖାନାରେ ଏବେ ହେବ ହାର୍ଟ ପ୍ରତିରୋପଣ। ତାହା ପୁଣି ମାଗଣାରେ ।  ଏଥିପାଇଁ ଗତକାଲି ସବୁଜ ସଙ୍କେତ ମିଳିଛି। ଏପର୍ଯ୍ୟନ୍ତ ରାଜ୍ୟରେ ହାର୍ଟ ପ୍ରତିରୋପଣ ବ୍ୟବସ୍ଥା ନାହିଁ। ରୋଗୀଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡ଼ୁଛି ଏବଂ ଏଥିପାଇଁ ଅତିକମ୍‌ରେ କୋଟିଏ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଏସ୍‌ସିବିରେ କିନ୍ତୁ ଏହି ସୁବିଧା ମାଗଣାରେ ଉପଲବ୍ଧ ହେବ।

DMETଙ୍କ କାର୍ଯ୍ୟାଳୟ ପକ୍ଷରୁ ଏସ୍‌ସିବି ଡିନ୍‌ ତଥା ଅଧ୍ୟକ୍ଷଙ୍କୁ ଚିଠି ଲେଖି ଏ ସଂପର୍କରେ ସୂଚିତ କରାଯାଇଛି। ୪ ବର୍ଷ ହେଲା ହାର୍ଟ ପ୍ରତିରୋପଣ ପାଇଁ ଯୋଜନା ଚାଲିଥିଲା। ବିଭିନ୍ନ ପର୍ଯ୍ୟାୟରେ ହାର୍ଟ ପ୍ରତ‌ିରୋପଣ ବ୍ୟବସ୍ଥା ପାଇଁ ଏସ୍‌ସିବି କର୍ତ୍ତୃପକ୍ଷ ପଞ୍ଜୀକରଣ ବି କରିଥିଲେ। ଗତମାସରେ ଏକ ପ୍ରତିନିଧିମଣ୍ଡଳୀ ଏସ୍‌ସିବି କାର୍ଡିଓଥୋରାସିସ୍‌ ବିଭାଗରେ ପହଞ୍ଚି ଭିତ୍ତିଭୂମି ଯାଞ୍ଚ କରିବା ସହିତ ଡିଏମ୍‌ଇଟିଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଫଳରେ, ହାର୍ଟ ପ୍ରତିରୋପଣ ପାଇଁ ବାଟ ଫିଟିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.