ଯାଜପୁରରେ ମର୍ମନ୍ତୁଦ ଦୁର୍ଘଟଣା, ମାଆ ଆଖି ଆଗରେ ଚାଲିଗଲା ପୁଅର ଜୀବନ
ଯାଜପୁର : ମାଆ ଆଖି ଆଗରେ ଚାଲିଗଲା ପୁଅର ଜୀବନ । ଦୁର୍ଘଟଣାରେ ପୁଅର ମୃତ୍ୟୁ ହୋଇଥିବାବେଳେ ମାଆ ଗୁରୁତର ହୋଇଛନ୍ତି । ଯାଜପୁର ଜିଲ୍ଲା ବିଞ୍ଝାରପୁର ଭଗବତୀ ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ମୃତକ ହେଲେ ରଣପୁର ପଂଚାୟତ ଲୁଣିଡିହ ଗାଁର ରତିକାନ୍ତ ଦାଶ । ଏକ ସ୍କୁଟିରେ ମା, ପୁଅ ଓ ଝିଆରୀ ଯାଉଥିଲେ ।
ଭଗବତୀ ଛକ ନିକଟରେ ଭାରସାମ୍ୟ ହରାଇ ସ୍କୁଟିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ହିଁ ପୁଅର ମୃତ୍ୟୁ ହୋଇଥିଲା । ମାଆ ଗୁରୁତର ହୋଇଥିବାବେଳେ ଝିଆରୀ ସୁରକ୍ଷିତ ଅଛନ୍ତି । ଘଟଣାସ୍ଥଳରେ ବିଞ୍ଝାରପୁର ପୋଲିସ ଓ ଅଗ୍ନିଶମବାହିନୀ ପହଂଚି ମୃତଦେହ ଉଦ୍ଧାର କରିଥିଲେ । ଗୁରୁତର ମାଆକୁ ଚିକିତ୍ସା ପାଇଁ ଯାଜପୁର ପଠାଯାଇଛି ।