ହୃଦୟବିଦାରକ ଘଟଣା, ପାରିବାରିକ କଳହରୁ ବିଷ ପିଇ ଆଗପଛ ହୋଇ ଚାଲିଗଲେ ଦମ୍ପତି

କେନ୍ଦୁଝର : ପାରିବାରିକ କଳହର କରୁଣ ପରିଣତି ।  ବିଷ ପିଇ ଆଗପଛ ହୋଇ ଚାଲିଗଲେ ଦମ୍ପତି ।  କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଷଡଙ୍ଗୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।  ଗତ ଗୁରୁବାର ଦିନ ଷଡ଼ଙ୍ଗୀ ଗାଁର ମୋହନ ହୋ ବାଉଁଶଗଡ ଗାଁରେ ବାପ ଘରେ ରହୁଥିବା ସ୍ତ୍ରୀ ରଜନୀଙ୍କ ନିକଟକୁ ଯାଇଥିଲେ ।  ସେଠାରେ ଉଭୟ ସ୍ବାମୀସ୍ତ୍ରୀଙ୍କ ମଧ୍ଯରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଏହା ପରେ ରଜନୀ ବିଷପିଇ ଦେଇଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।  ସ୍ତ୍ରୀଙ୍କ ମୃତ୍ଯୁକୁ ସହିନପାରି ଗତକାଲି ସ୍ବାମୀ ମୋହନ ବିଷ ପିଇଦେଇଥିଲେ ।  ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର ପାଇଁ ଉଦ୍ୟମ ହେଉଥିବା ବେଳେ ମୋହନଙ୍କର ମୃତ୍ୟୁ ହୋଇଛି । ବିଷ ପିଇ ଦମ୍ପତିଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like