ଜୁନ ଅଧା ସରିଲାଣି ମୌସୁମୀର ଦେଖା ମିଳୁନି, ଗରମ ଓ ଗୁଳୁଗୁଳିରେ ସିଝୁଛନ୍ତି ରାଜ୍ୟବାସୀ

ଭୁବନେଶ୍ୱର (କେନ୍ୟୁଜ): ପ୍ରାକ୍ ମୌସୁମୀ ବର୍ଷା ବଦଳରେ ବହୁଛି ଝାଞ୍ଜି ପବନ ।  ଜୁନ ମାସ ଅଧା ସରିଲାଣି, ତଥାପି ମୌସୁମୀର ଦେଖା ମିଳୁନି ।  ଦକ୍ଷିଣ ଓଡ଼ିଶାରେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ଆଗକୁ ବଢିବାର ନାଁ ନେଉନି । ଗରମ, ଗୁଳୁଗୁଳିରେ ସିଝୁଛନ୍ତି ରାଜ୍ୟବାସୀ ।  ଆହୁରି ଦୁଇ ଦିନ ଉପକୂଳ ଓଡ଼ିଶାରେ ଗରମ ସାଙ୍ଗକୁ ଗୁଳୁଗୁଳି ଜାରି ରହିବା ନେଇ ସୂଚନା ରହିଛି ।  ଆଜି ପାଇଁ ବାଲେଶ୍ବର,ଭଦ୍ରକ,କେନ୍ଦ୍ରାପଡ଼ା, ଯାଜପୁର,କଟକ, ଜଗତସିଂପୁର,ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତିରେ ଗୁଳୁଗୁଳି ପାଇଁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ ୨୦ତାରିଖରୁ ବିଭିନ୍ନ ସ୍ଥାନରେ ବର୍ଷା ପାଇଁ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିବ ।  ଆଗାମି ୨ଦିନ ବର୍ଷାର ସମ୍ଭାବନା ରହିଲେ ମଧ୍ୟ ଗୁଳୁଗୁଳି ଳାଗି ରହିବ ।  ଏଥିସହ ଆଗାମୀ ୩ ଦିନ ଭିତରେ ମୌସୁମୀ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି । ସାରା ଦେଶରେ ଜୁନରେ ମୌସୁମୀ ବର୍ଷା ଭଲ ନାହିଁ ।  ମୌସୁମୀ ନିଖୋଜ ହୋଇ ଯାଇଥିବା ବେଳ ଜୁନ ଶେଷ ସପ୍ତାହ ଆଡ଼କୁ ପୁନଃ ସକ୍ରିୟ ହେବାର ସମ୍ଭାବନା ରହିଛି ।  ମୌସୁମୀ ଆଗକୁ ବଢ଼ିବା ସହ ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ପୁରା ଦେଶରେ ବର୍ଷା କରାଇବ।

 

 

 

Leave A Reply

Your email address will not be published.