ଆଜି ବି ଜଳାଇଲା ତାତି, ନୂଆପଡ଼ାରେ ସର୍ବାଧିକ ଥିଲା ୪୪ ଡିଗ୍ରୀ ସେଲସିୟସ

ପାରଦ ବଢୁଛି ଉପରକୁ । ଆଜି ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ୍‌) : ଦିନକୁ ଦିନ ଆହୁରି ଅସହ୍ୟ ହେବାରେ ଲାଗିଛି ଖରା ତାତି । ପାରଦ ବଢୁଛି ଉପରକୁ । ଆଜି ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ତା ପଛକୁ ଝାରସୁଗୁଡ଼ା ୪୩.୪, ତାଳଚେର ୪୩.୨, ଅନୁଗୁଳ ୪୩.୧ ଡିଗ୍ରୀରେ ଆଜି ସିଝିଛି । ଏହାପରେ ଭୁବନେଶ୍ୱର, ରାଉରକେଲା ସମେତ ୫ଟି ସହର ଥିଲା ୪୨ ଡିଗ୍ରୀ ଉପରେ । ଭୁବନେଶ୍ୱରରେ ଆଜି ତାପମାତ୍ରା ଆଉ ଟିକେ ବଢ଼ି ୪୨.୮ ଡିଗ୍ରୀ ସେଲସିୟସ୍‌ ଥିଲା । ମୋଟ୍‌ ୨୫ଟି ସହର ଆଜି ୪୦ ଡିଗ୍ରୀ ଉତ୍ତାପରେ ଜଳିଛି ।

TEMPERATURE

ଦିନ ସାରା ଜଳାଇବା ପରେ ଅପରାହ୍ନ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି । ରାୟଗଡ଼ା, ବାଲେଶ୍ୱର, ବୌଦ୍ଧ, ଭଦ୍ରକ, ଗଞ୍ଜାମ ଆଦି ଜିଲ୍ଲାର କିଛି ସ୍ଥାନରେ ଝଡ଼ପବନ ସହ ବର୍ଷା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.