ମେ ରେ ସର୍ବକାଳୀନ ରେକର୍ଡ କଲା ତାତି, ଝାରସୁଗୁଡ଼ାରେ ୪୭ ଡିଗ୍ରୀ ଛୁଇଁଲା ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ପଶ୍ଚିମରେ ଅଗ୍ନିବର୍ଷା । ଝାରସୁଗୁଡ଼ାରେ ରେକର୍ଡ ହେଲା ଚଳିତ ସିଜିନର ସର୍ବୋଚ୍ଚ ତାପମାତ୍ରା । ଝାରସୁଗୁଡ଼ାରେ ୪୭ ଡିଗ୍ରୀ ଛୁଇଁଛି ଦିନର ତାପମାତ୍ରା । ଝାରସୁଗୁଡ଼ାରେ ମେ ମାସରେ ଏହା ସର୍ବକାଳୀନ ରେକର୍ଡ । ବୁଧବାର ତାପମାତ୍ରାକୁ ମିଶାଇ ଝାରସୁଗୁଡ଼ାରେ ୬ ଥର ତାପମାତ୍ରା ୪୭ ଡିଗ୍ରୀ ଉପରେ ରହିଛି। ୧୯୯୮ ମେ ୨୮ ତାରିଖରେ ଝାରସୁଗୁଡ଼ାରେ ତାପମାତ୍ରା ୪୮ ଡିଗ୍ରୀ ରେକର୍ଡ ହୋଇଥିଲା। ଗତକାଲି ରାଜ୍ୟରେ ୪୫ ଡିଗ୍ରୀ ଉପରେ ଥିଲା ୯ ସହରର ତାପମାତ୍ରା। ଏପଟେ ଭୟଙ୍କର ହେଉଛି ଗ୍ରୀଷ୍ମ ପ୍ରବାହ।

ଜଳୁଛି ପଶ୍ଚିମ ଓଡ଼ିଶା, ଉତ୍ତରରେ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ । ଟାଣ ଖରାରେ ବାହାରକୁ ବାହାରିବା ମୁସ୍କିଲ । ଆଗାମୀ ୩ ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମପ୍ରଭାବ ଜାରି ରହିବ । ଆଜି ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ଗ୍ରୀଷ୍ମଲହରୀ ଆଶଙ୍କା । ସେହିପରି କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର, ଆଦିରେ ଉଷ୍ମରାତି ପାଇଁ ଆଲର୍ଟ ଜାରି ହୋଇଛି । ରାଜ୍ୟରେ ୧, ୨ ଓ ୩ ତାରିଖ ବେଳକୁ କାଳବୈଶାଖୀ ସମ୍ଭାବନା ରହିଛି। ଏହାର ପ୍ରଭାବରେ ତାତିରୁ କିଛିଟା ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି ।

You might also like