ଆହୁରି ୨ ଦିନ ତତାଇବ ଖରା, ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ

ଭୁଵନେଶ୍ୱର : ମାର୍ଚ୍ଚ ଅଧାରେ ଏପ୍ରିଲ ତାତି । ଆହୁରି ୨ଦିନ ତତାଇବ ଖରା । ରାଜ୍ୟରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ । ୪୨ ଟପିଛି ପାରଦ । ୨୪ ଘଣ୍ଟାରେ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ। ଆଜି ସିଭିୟର ହିଟୱେଭ ସହ ୱାର୍ମ ନାଇଟ ପାଇଁ ୩ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଆଜି ଗ୍ରୀଷ୍ମ ଲହରୀ ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ଉତ୍ତପ୍ତ ଓ ଆଦ୍ର ଏବଂ ଉଷ୍ଣରାତି ରାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
୧୮ ତାରିଖ ଯାଏ ଏଭଳି ସ୍ଥିତିରୁ ନିସ୍ତାର ନାହିଁ । ରାଜ୍ୟରେ ଏଭଳି ହିଟ ୱେଭ ଓ ୱାର୍ମ ନାଇଟ ଲାଗି ରହିବ । ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବୋଚ୍ଚ ତାମମାତ୍ରା ସ୍ବାଭାବିକ ଠାରୁ ୫ରୁ ୭ ଡିଗ୍ରୀ ଅଧିକ ରହିଥିବା ବେଳେ ଉପକୂଳ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ଅଧିକ ରହିଛି । ଆଗାମୀ ୪ଦିନ ଯାଏ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏହା ପରେ ତାପମାତ୍ରା ୨ରୁ ୪ଡିଗ୍ରୀ ହ୍ରାସ ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ଆହୁରି ପଢ଼ନ୍ତୁ : ଅସହ୍ୟ ଖରାରେ ସିଝୁଛି ରାଜ୍ୟ : ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ, ୩ଟି ଜିଲ୍ଲାକୁ ରେଡ…