ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ଓଡ଼ିଶା, ୪୪.୬ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

କେନ୍ୟୁଜ୍: ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରୀ। ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ଓଡ଼ିଶା। ଆକାଶରୁ ନିଆଁ ବର୍ଷୁଛି। ଅସହ୍ୟ ଗ୍ରୀଷ୍ଣ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ। ରାଜ୍ୟର ୧୩ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି। ୪୪.୬ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଟିଟିଲାଗଡ଼ର ତାପମାତ୍ରା ୪୪.୫ ଡିଗ୍ରୀ ରହିଥିବା ବେଳେ ଅନୁଗୁଳର ୪୩.୭ ଡିଗ୍ରୀ ଓ ତାଳଚେରର ତାପମାତ୍ରା ୪୩.୬ ଡିଗ୍ରୀ ରହିଛି। ଆହୁରି ୩ଦିନ ଧରି ଗ୍ରୀଷ୍ଣ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ମେ ୩ ଓ ୪ରେ ସମ୍ଭାବ୍ୟ ବାତ୍ୟା ଫାନୀ ବର୍ଷା ଫଳରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ତାପମାତ୍ରା ବୃଦ୍ଧି ପାଇଥିବାକୁ ଗରମରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ। ଦିନ ୧୦ଟା ପରେ ଆକାଶରୁ ଯେପରି ନିଆଁ ବର୍ଷା ହେଉଛି। ଦିନରେ ପଦାକୁ ବାହାରି ପାରୁନାହାନ୍ତି ଲୋକେ। ଅର୍ଦ୍ଧାଧିକ ଓଡ଼ିଶାରେ ଏବେ ଏପରି ସ୍ଥିତି ଲାଗି ରହିଛି। ୧୦ଟା ପର ଠାରୁ ରାସ୍ତାଘାଟ ଶୁନଶାନ ହୋଇଯାଉଛି। ଖରାରୁ ରକ୍ଷା ପାଇବା ପାଇଁ ଲୋକମାନେ ଥଣ୍ଡା ପାନୀୟ, ଲସି, ତରଭୂଜ ଦୋକାନରେ ଭି଼ଡ ଜମାଉଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.