ଏପ୍ରିଲ ଆରମ୍ଭରୁ ତାତି ଉପରମୁହାଁ: ପଣା ସଂକ୍ରାନ୍ତି ଯାଏ ମିଳିବନି ନିସ୍ତାର, ତାପମାତ୍ରା ବୃଦ୍ଧି ଯୋଗୁ କାଳବୈଶାଖୀ ପ୍ରକୋପ ବଢିବା ନେଇ ସତର୍କତା

ଭୁବନେଶ୍ବର(କେନ୍ୟୁଜ): ଲୁ’ ପ୍ରଭାବରେ ତାତୁଛି ଓଡ଼ିଶା । ପଣା ସଂକ୍ରାନ୍ତି ଯାଏ ତାତିରୁ ମିଳିବନି ନିସ୍ତାର । ଏପ୍ରିଲ ଆରମ୍ଭରୁ ତାତି ଉପରମୁହାଁ । ପ୍ରଥମ ସପ୍ତାହରେ ବଲାଙ୍ଗିର ଓ ସୋନପୁରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି । ୪୦ ଡିଗ୍ରୀ ଉପରେ ରହିଛି ୧୧ ସହରର ତାପମାତ୍ରା । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ଲୋକଙ୍କୁ କଲବଲ କରୁଛି ।

ଆଗାମୀ ୫ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଅନ୍ୟପଟେ ତାପମାତ୍ରା ବୃଦ୍ଧି ଯୋଗୁ କାଳବୈଶାଖୀର ମଧ୍ୟ ଆଶଙ୍କା କରାଯାଇଛି । ୧୪ ତାରିଖ ଠାରୁ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରକୋପ ବଢିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ସହ ବର୍ଷା ହେବ । ଏହାସହ ପବନର ବେଗ ବୃଦ୍ଧି ପାଇ ୪୦ରୁ ୫୦ କିମି ପର୍ଯ୍ୟନ୍ତ ବଢିପାରେ । ଏହାକୁ ଦୃଷ୍ଟିରେ ରଖି ୧୪ ରୁ ୧୬ ଯାଏ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.