ଆହୁରି ତିନି ଦିନ ତାତି ଯନ୍ତ୍ରଣା, ୧୦ଟି ଜିଲ୍ଲାକୁ ସତର୍କତା ଜାରି, ଜାଣନ୍ତୁ କେଉଁ ଜିଲ୍ଲା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ବି ସାରା ରାଜ୍ୟରେ ତାତି ଦେହ ଜଳାଇ ଚାଲିଛି । ଏଭଳି ସ୍ଥିତି ଆହୁରି ତିନି ଦିନ ରହିବ । ତେବେ ଏପ୍ରିଲ ୨ ତାରିଖରେ କାଳବୈଶାଖୀ ଯୋଗୁଁ ତାପମାତ୍ରା ସାମାନ୍ୟ କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି ।

ଆଗାମୀ ତିନି ଦିନ ପାଇଁ ହିଟ୍‌େଓ୍ଵଭ୍‌ ସତର୍କତା ଜାରି କରାଯାଇଛି । ବିଶେଷ ଭାବେ ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଅନୁମାନ କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, କଳାହାଣ୍ଡି, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଓ ନୟାଗଡ଼ ।

ମାର୍ଚ୍ଚ ମାସରେ ସାଧାରଣ ଭାବେ ରାଜ୍ୟରେ ତାତି ବଢ଼ିଥାଏ । ଗତକାଲି ଟିଟିଲାଗଡ଼ରେ ସର୍ବାଧିକ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଥିଲା । ତେବେ ପୂର୍ବ ରେକର୍ଡ଼ ଅନୁଯାୟୀ ୨୦୧୬ ମାର୍ଚ୍ଚ ୨୧ରେ ୪୨.୨ ଏବଂ ୧୯୮୦ ମାର୍ଚ୍ଚ ୧୭ ତାରିଖରେ ସର୍ବାଧିକ ତାପମାତ୍ରା ୪୬.୦୦ ଡିଗ୍ରୀ ସେଲସିୟସ ରହିଥିଲା । ଅବଶ୍ୟ ତିନି ଦିନ ପରେ ଦିନେ ଦୁଇଦିନ ଧରି କାଳବୈଶାଖୀର ସମ୍ଭାବନା ଥିବାରୁ ତାପମାତ୍ରା ତିନିରୁ ଚାରି ଡିଗ୍ରୀ କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.