କାଳବୈଶାଖୀ ପରେ ରାଜ୍ୟରେ ପୁଣି ବଢ଼ିଲା ତାତି, ୨୯ ଓ ୩୦ରେ କିଛି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ

ଭୁବନେଶ୍ୱର : କାଳବୈଶାଖୀ ପରେ ପୁଣି ବଢ଼ିଲା ତାତି ।  ପାରଦ ଉପରମୁହାଁ ।  କିଛି ସ୍ଥାନରେ ଆଜି ୨ ରୁ ୪ ଡିଗ୍ରୀ ବଢ଼ିଛି ତାପମାତ୍ରା । ବୌଦ୍ଧରେ ସର୍ବାଧିକ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।  ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବଡ଼ ଧରଣର ପାଗ ପରିବର୍ତ୍ତନ ନାହିଁ । ତେବେ ୨୯ରୁ କଲବଲ କରିବ ତାତି।

ଗ୍ରୀଷ୍ମ ପ୍ରବାହ ପାଇଁ ୨୯ ତାରିଖରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।  ୨୯ରେ ସୋନପୁର, ବଲାଙ୍ଗିର, ବୌଦ୍ଧ କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି ୩୦ ତାରିଖରେ ମଧ୍ୟ ସେହି ୫ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ନାହିଁ ।

Also read: କାଳବୈଶାଖୀ ପରେ ପୁଣି ବଢିବ ତାତି, ୨୯ରୁ ହିଟୱେଭ୍ ଆଶଙ୍କା