କଲବଲ କଲାଣି ଖରା: ବଢୁଛି ତାତି; ଆଗକୁ ସ୍ଥିତି ହେବ ଆହୁରି ଅସମ୍ଭାଳ

ଲଗାତାର ବଢୁଛି ଖରା ତାତି । ଗତ ତିନି ଦିନ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ରହୁଛି ୩୫ ଡିଗ୍ରୀ ଉପରେ । ଅଧା ଓଡ଼ିଶା ତାତିଲାଣି । ଆଜି ବି ଉପକୂଳ ଓଡ଼ିଶାରେ ତାତି ଅନୁଭୂତ ହେବ ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଦେଖାଦେଲାଣି ସୂର୍ଯ୍ୟକୋପ । ଲଗାତାର ବଢୁଛି ଖରା ତାତି । ଗତ ତିନି ଦିନ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ରହୁଛି ୩୫ ଡିଗ୍ରୀ ଉପରେ । ଅଧା ଓଡ଼ିଶା ତାତିଲାଣି । ଆଜି ବି ଉପକୂଳ ଓଡ଼ିଶାରେ ତାତି ଅନୁଭୂତ ହେବ । କ୍ରମାଗତ ଦ୍ବିତୀୟ ଦିନ ପାଇଁ ଗତକାଲି ଭୁବନେଶ୍ବର ପାଲଟିଥିଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ରାଜଧାନୀରେ ଦିନ ତାପମାତ୍ରା ୩୬.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା।

ରାଜ୍ୟରେ ଦକ୍ଷିଣ ପଶ୍ଚିମ ବାୟୁ ଚଳାଚଳ ନିଷ୍କ୍ରିୟ ରହିଛି। ଗୁରୁଚାପ ବଳୟ ପ୍ରଭାବରେ ଦିନରେ ଉପକୂଳ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଛି । ଫଳରେ ବୃଦ୍ଧି ପାଇଛି ଦିନ ତାପମାତ୍ରା । ରାତି ତାପମାତ୍ରା ମଧ୍ୟ ସ୍ବାଭାବିକଠାରୁ ୩-୪ ଡିଗ୍ରୀ ଅଧିକ ରହୁଛି । ତେବେ ଆଶ୍ବସ୍ତିକର ଖବର ହେଉଛି ଆସନ୍ତାକାଲିଠୁ ଦିନ ତାପମାତ୍ରାରେ ହ୍ରାସ ସମ୍ଭାବନା ରହିଛି । କାଲି ଓ ତାପରଦିନ ଉପକୂଳ ଓଡ଼ିଶା ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲା ବର୍ଷା ହେବ । କିଛି ଜିଲ୍ଲାରେ ୨୬ ଯାଏ ହାଲୁକା ବର୍ଷା ସମ୍ଭାବନା ରହିଛି ।

You might also like