ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ କୁହୁଡି: ଦିନକୁ ଦିନ ଏଠାରେ ଖସୁଛି ପାରଦ, ବଢୁଛି ଶୀତ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ଖସୁଛି ପାରଦ, ବଢୁଛି ଶୀତ । ବେଶ୍ କିଛି ଦିନ ହେଲା ଥଣ୍ଡାର ଲହରୀ ବଢି ଯାଇଛି । ସକାଳୁ ସକାଳୁ ଘରୁ ବାହାରିବା କଷ୍ଟ କର ହୋଇପଡିଛି । କୁହୁଡି ପ୍ରବଳ ଯୋଗୁଁ ଜାତୀୟ ରାଜପଥ ୪୯ ରେ ଗାଡି ଚଲେଇବା କଷ୍ଟକର ହୋଇପଡିଛି ।

 ଏମିତି କି, ୨୫ ରୁ ୩୦ ଫୁଟ ଦୂରରୁ ଆଉ କିଛି ଦେଖା ଯାଉନାହିଁ । ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମନ୍ଦିରରେ ଆଜି ପ୍ରବଳ କୁହୁଡି ପଡିଥିଲା । କୁହୁଡ଼ି ଯୋଗୁଁ ମା କିଚେକେଶ୍ଵରୀ ମନ୍ଦିର ନଥିବାର ଭ୍ରମ ସୃଷ୍ଟି ହେଉଛି । ଅନ୍ୟ ପଟେ ଶିମିଳିପାଳ ତାପମାତ୍ରା ଖସିବାରେ ଲାଗିଛିବ। ଆଜି ସକାଳ ୫ ଟା ରେ ବିଭିନ୍ନ ସ୍ଥାନରେ ତାପମାତ୍ରା ରେକର୍ଡ କରାଯାଇଛି । ସେଥିମଧ୍ୟରୁ ରେକର୍ଡ ଉପରବାରା କାମୁଡା ରେ ୧୦ ଡିଗ୍ରୀ ତାପମାତ୍ରା, ନଅଣା ରେ ୧୨ ଡିଗ୍ରୀ ତାପମାତ୍ରା ଥିବାର ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.