ଆଜିଠାରୁ ଅନୁଭୂତ ହେବ ଅଧିକ ଶୀତ, କିଛି ସ୍ଥାନରେ ଘନ କୁହୁଡ଼ି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ବର: ରାଜ୍ୟରେ ହାଡ଼ଭଙ୍ଗା ଶୀତ । ଦକ୍ଷିଣରୁ ଆଭ୍ୟନ୍ତରୀଣ, ପୁଣି ଉତ୍ତର ଓଡ଼ିଶା ଜାଡ଼ରେ ଥରୁଛି । ଅଧା ଓଡ଼ିଶାରେ ଶୀତ ଲହରି । ଜନଜୀବନ ଅସ୍ତବ୍ୟସ୍ତ । ଆଜିଠାରୁ ଅଧିକ ଶୀତ ଅନୁଭୂତ ହୋଇଛି ।

ରାଜ୍ୟକୁ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ପବନ ପ୍ରବାହିତ ହେବ । ଆଗାମୀ ୫ଦିନ ଶୀତ ଲହରି ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଶୀତ ଦାଉରୁ ରକ୍ଷା ପାଇବା ପାଇ ଲୋକ ନିଆଁ ପୁଇଁ ହେଉଛନ୍ତି । ସେହିପରି କିଛି ସ୍ଥାନରେ ଘନ କୁହୁଡ଼ି ବି ପଡୁଛି । ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.