ଶୀତରେ ଥରୁଛି ସାରା ଓଡ଼ିଶା , କନ୍ଧମାଳ ଜିଲ୍ଲାରେ ଦଶ ଡିଗ୍ରୀ ତଳକୁ ଖସିଛି ତାମପାତ୍ରା

କନ୍ଧମାଳ(କେନ୍ୟୁଜ୍) : ବର୍ଷା ଛାଡ଼ିବା ପରେ ବଢ଼ିଲା ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ବିଶେଷ କରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଶୀତର ପ୍ରକୋପ ଅଧିକ ରହିଛି । କନ୍ଧମାଳ ଜିଲ୍ଲାରେ ଦଶ ଡିଗ୍ରୀ ତଳକୁ ଖସିଛି ତାମପାତ୍ରା । ଜିଲ୍ଲାର ବାଲିଗୁଡ଼ା, ଦାରିଙ୍ଗିବାଡ଼ି, ରାଇକିଆ, ଜି. ଉଦୟଗିରି ସମେତ ବିଭିନ୍ନ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି ।
ସକାଳୁ ସକାଳୁ ଲାଗି ରହୁଛି କୁହୁଡ଼ି । ଫଳରେ ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି । ଶୀତ ବଢୁଥିବାରୁ ଗରିବ ଲୋକଙ୍କ ଦୁଃଖ ବଢୁଛି । ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଆଁ ପୋଇଁ ହେଉଛନ୍ତି । ସେହିପରି ପାର୍କ ଓ ଖେଳ ପଡ଼ିଆରେ ଲୋକ ଭିଡ଼ ଜମାଉଥିବା ବେଳେ ଚା ଦୋକାନରେ ବି ଗହଳି ହେଉଛି ।