ଥରୁଛି ସାରା ରାଜ୍ୟ, ଶୀତ ଲହରୀ ସହିତ ହେଉଛି ତୁଷାରପାତ

ଭୁବନେଶ୍ବର (କେନ୍ଯୁଜ୍) : ସାରା ରାଜ୍ୟରେ ଶୀତ ଲହରୀ । ଉପକୂଳରୁ ଆଭ୍ୟନ୍ତରୀଣ, ପଶ୍ଚିମରୁ ଦକ୍ଷିଣ ସବୁଠି ଜାଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ବିଶେଷକରି କନ୍ଧମାଳ ଦାରିଙ୍ଗବାଡ଼ିରେ ପାରଦ ତିନି ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଛି ପାରଦ । କନ୍ଧମାଳ, ସୁନ୍ଦରଗଡ଼ ଓ କେନ୍ଦୁଝରର କିଛି ସ୍ଥାନରେ ତୁଷାରପାତ ହେଉଛି ।

winterରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ଏବେ ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି । ସକାଳେ ସକାଳେ ଘନ କୁହୁଡ଼ି ଲାଗି ରହୁଥିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ । ଶୀତରେ ଗରିବଗୁରୁବା ଓ ବାସହୀନଙ୍କ ଦୁଃଖ ବଢ଼ିଯାଇଛି । ଶୀତ କାକରରେ ଖୋଲା ଆକାଶ ତଳେ ରାତି କାଟୁଛନ୍ତି । ଆଗକୁ ଆହୁରି ଶୀତ ବଢ଼ିବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.