ଆସନ୍ତା ୨୨ ତାରିଖରୁ ଆହୁରି ବଢିବ ଶୀତ, ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ପୁଣି ବଢିବ ଶୀତ । ଆସନ୍ତା ୨୨ ତାରିଖରୁ ତାପମାତ୍ରା ଖସିବା ସହ ଶୀତ ବଢିପାରେ । ଆସନ୍ତା ୨୦ ଓ ୨୧ ତାରିଖରେ ରାଜ୍ୟର କିଛି ଅଞ୍ଚଳରେ କାଁ ଭାଁ ବର୍ଷା ହୋଇପାରେ ।

ଦକ୍ଷିଣ ଓ ଉତ୍ତର ଓଡ଼ିଶା ସମେତ ଉପକୂଳର କିଛି ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଏହା ପରେ ରାଜ୍ୟରେ ତାପମାତ୍ରା କମିବ ଓ ଶୀତ ଅନୁଭୂତ ହେବ । ଏବେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି । ସୋନପୁରରେ ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ୧୫.୪ ଡିଗ୍ରୀ ରେକର୍ଡ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.