ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୂତ, ଦୃଶ୍ୟମାନ ହେଉନାହିଁ ରାସ୍ତାଘାଟ

ଭୁବନେଶ୍ବର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୂତ ହେଉଛି । ଭୁବନେଶ୍ୱର ଓ କଟକରେ ମଧ୍ୟ ପ୍ରବଳ କୁହୁଡି ହେଉଛି । ଭୁବନେଶ୍ୱର ପଟିଆ ଅଞ୍ଚଳରେ ଅଧିକ କୁହୁଡି ଦେଖିବାକୁ ମିଳିଛି । ପ୍ରବଳ କୁହୁଡି ଯୋଗୁ ରାସ୍ତାଘାଟ ଦୃଶ୍ୟମାନ ହେଉନାହିଁ । ଲୋକେ ଯିବା ଆସିବା କରିବାରେ ନାନା ଅସୁବିଧା ଭୋଗୁଛନ୍ତି ।

ସେହିପରି ପୁରୀରେ ମଧ୍ୟ ପ୍ରବଳ କୁହୁଡି ଅନୁଭୂତ ହେଉଛି । କୁହୁଡିର ମାତ୍ରା ଏତେ ଥିଲା ଯେ ଶ୍ରୀମନ୍ଦିର ଲୁଚି ଯାଇଥିଲା । ସକାଳୁ ସକାଳୁ ସିଂହଦ୍ୱାର ମଧ୍ୟ ଦୃଶ୍ୟମାନ ହୋଇନଥିଲା । ବଦଡାଣ୍ଡ ମଧ୍ୟ ଘନ କୁହୁଡିରେ ଆଛାଦିତ ହୋଇ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.