ଆଜି ଟ୍ବିନସିଟିରେ ପ୍ରବଳ କୁହୁଡି, ରାସ୍ତାଘାଟ ଦୃଶ୍ୟମାନ ହେଉନଥିବାରୁ ଯାତାୟତ ବାଧାପ୍ରାପ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ବି ଘନ କୁହୁଡି। ଘନ କୁହୁଡିର ଚାଦରରେ ଘୋଡେଇ ହୋଇଛି ଦୈତନଗରୀ । ୫୦ ମିଟର ଦୂରକୁ କିଛି ଦେଖାଯାଉନି । ଭୁବନେଶ୍ୱରରେ ଅଧିକ କୁହୁଡି ଦେଖିବାକୁ ମିଳିଛି ।

ପ୍ରବଳ କୁହୁଡି ଯୋଗୁ ରାସ୍ତାଘାଟ ଦୃଶ୍ୟମାନ ହେଉନାହିଁ । ଲୋକେ ଯିବା ଆସିବା କରିବାରେ ନାନା ଅସୁବିଧା ଭୋଗୁଛନ୍ତି । ଲୋକମାନେ ଲାଇଟ୍‌ ଜଳାଇ ଯିବା ଆସିବା କରୁଛନ୍ତି। ବିଶେଷକରି ଗାଡିରେ ଯାଉଥିବା ଲୋକ ହଇରାଣ ହେଉଥିବା ଦେଖିବାକୁ ମିଳିଛି । ଆହୁରି ୩ ଦିନ ଧରି ରାଜ୍ୟରେ ଘନ କୁହୁଡି ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.