ରାଜ୍ୟରେ ଶୀତ ସାଙ୍ଗକୁ ପ୍ରବଳ କୁହୁଡି, ଦୃଶ୍ୟମାନ ହେଉନି ରାସ୍ତାଘାଟ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟରେ ଶୀତ ସାଙ୍ଗକୁ ଘନ କୁହୁଡି । ଆଜି ଟ୍ଵିନ୍ ସିଟିରେ ପ୍ରବଳ କୁହୁଡି ଦେଖିବାକୁ ମିଳିଛି । ସକାଳୁ ସକାଳୁ କିଛି ଦୃଶ୍ୟମାନ ମଧ୍ୟ ହେଉନଥିବା ଦେଖିବାକୁ ମିଳିଛି। ଯାହାଫଳରେ ଲୋକମାନଙ୍କ ଯାତାୟତରେ ବାଧାପ୍ରାପ୍ତ ହୋଇଥିଲା। ଅନ୍ୟପଟେ ଆସନ୍ତା ୧୨ ତାରିଖରୁ ଶୀତ କମିବା ନେଇ ସୂଚନା ମିଳିଛି। ସାରା ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ରେକର୍ଡ କରାଯାଇଛି। ଶୀତରୁ ରକ୍ଷା ପାଇଁ ଲୋକମାନେ ମର୍ଣ୍ଣିଂୱାଲ୍କ ସହ ନିଆଁ ପୋଉଁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.