ଟ୍ୱିନ ସିଟିରେ ଘନ କୁହୁଡି, ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର : କୁହୁଡ଼ି ଚାଦର ତଳେ ସାରା ଓଡ଼ିଶା ।  ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଯାଇଛି ।  ରାଜଧାନୀ ଭୁବନେଶ୍ବର ଓ କଟକରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । କୁହୁଡ଼ି ଯୋଗୁ ଟ୍ବିନ ସିଟିରେ ଦୃଶ୍ୟମାନ ଦୂରତା କମିଯାଇଛି । ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି ।  ରାସ୍ତଘାଟ ଦେଖାଯାଇନଥିଲା।  କୋଣାର୍କରେ ଘନ କୁହୁଡ଼ି ଯୋଗୁ ଲୁଚି ଯାଇଛି ବ୍ଲାକ ପାଗୋଡ଼ ।  ଫଳରେ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ଦେଖିବାରୁ ବଞ୍ଚିତ ହୋଇଛନ୍ତି ପର୍ଯ୍ୟଟକ।

ଅନ୍ୟପଟେ ରାଜ୍ୟରେ ଆଉ ୨ ଦିନ ପ୍ରବଳ ଜାଡ଼ ରହିବ ।  ୨ ଦିନ ପରେ ଶୀତ କମିବା ନେଇ ପୂର୍ବାନୁମାନ କରିଛି । ୨ ଦିନ ପରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ବୃଦ୍ଧି ହେବ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେପଟେ ଆସନ୍ତା ୨ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ କୁହୁଡ଼ି ।