ପୁଣି ଲେଉଟିବ ଜାଡ: ଆଜି ଓ ଆସନ୍ତାକାଲି ପାଇଁ ୧୮ ଜିଲ୍ଲାରେ ଦେଖା ଦେବ ଘନ କୁହୁଡି

ଭୁବନେଶ୍ବର(କେନ୍ଯୁଜ୍): ପୁଣି ଲେଉଟିବ ଜାଡ। ଆସନ୍ତା ୪ରୁ ୫ଦିନ ମଧ୍ୟରେ ରାଜ୍ୟରେ କମିବ ତାପମାତ୍ରା। ବିଶେଷ କରି ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବ। ରାଜ୍ୟକୁ ପୁଣି ଶୀତ ଫେରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆଜି ଓ ଆସନ୍ତାକାଲି ପାଇଁ ୧୮ ଜିଲ୍ଲାରେ ଘନ କୁହୁଡି ଦେଖା ଦେବ। ତେଣୁ ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର। ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପି ମାନଙ୍କୁ ଚିଠି ଲେଖାଯାଇଛି। ଏବେ ରାଜ୍ୟର କିଛି ସ୍ଥାନରେ ସ୍ୱାଭାବିକଠୁ ୩ରୁ ୫ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ତାପାମାତ୍ରା ଅଧିକ ରହୁଥିବାବେଳେ ଧୀରେ ଧୀରେ ତାପମାତ୍ରା କମିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.