ତାତିରୁ ନାହିଁ ନିସ୍ତାର, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପୁଣି ବଢିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର (କେନ୍ୟୁଜ): ୨୩ ଯାଏ ଭୀଷଣ ଗରମ। ରାଜ୍ୟକୁ ପୁଣି ଫେରିଛି ତାତି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପୁଣି ବଢିବ ତାତି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଭୁବନେଶ୍ୱରର ପାରଦ ୩୯ ରୁ ୪୦ ଡିଗ୍ରୀ ଛୁଇଁପାରେ । ଶୁକ୍ରବାର ସବୁଠୁ ଉତ୍ତପ୍ତ ସହର ଭାବେ ବୌଦ୍ଧ ଜିଲ୍ଲାରେ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୧୦ ସହରରେ ପାରଦ ୪୦ ଡିଗ୍ରୀ ଟପିଛି।

ଗୁଳୁଗୁଳିରେ ଆଉଟୁପାଉଟୁ ଉପକୂଳବାସିନ୍ଦା। ଖରା ଠାରୁ ଗୁଳୁ ଗୁଳି ଅଧିକ ବଢିବାରେ ଲାଗିଛି । ଆଦ୍ରତା ପରିମାଣ ୬୫ ରୁ ୮୫ ପ୍ରତିଶତ ରହିଛି । ପାଣିପାଗ ବିଭାଗର ସୂଚନା ଅନୂଯାୟୀ ଯେଉଁ ଳଘୁଚାପ ଘନୀଭୂତ ହୋଇ ଅବପାତ ର ରୁପ ନେଇଥିଲା , ତାହା ଏବେ ମିଆଁମାର ସ୍ଥଳଭାଗକୁ ପଳାଇଛି । ତେଣୁ ଏହାର କୌଣସି ପ୍ରଭାବ ଓଡିଶା ଉପରେ ପଡିବ ନାହିଁ । ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାତିର ପ୍ରକୋପ ଅଧିକ ରହିବ । ୨୪ରୁ କାଳବୈଶାଖୀ ବଢିବା ସହ ପାରଦ ଖସିବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.