Categories: ରାଜ୍ୟ

ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସହିତ ବନ୍ୟା ପରିସ୍ଥିତି, ଲଘୁଚାପ ଜନିତ ବର୍ଷା ଓ ପରବର୍ତ୍ତୀ ବନ୍ୟାରେ ରାଜ୍ୟରେ ୮ ଜଣଙ୍କର ମୃତ୍ୟୁ

ପଶ୍ଚିମ ଓଡ଼ିଶାରେ ବର୍ଷା ବିତ୍ପାତ । ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଲଘୁଚାପ ଜନିତ ବର୍ଷା ଓ ପରବର୍ତ୍ତୀ ବନ୍ୟାରେ ରାଜ୍ୟରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିଲେ ବି ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛନ୍ତି। ବନ୍ୟା ଆଶଙ୍କା ଥିବାରୁ ସୁବର୍ଣ୍ଣପୁର, ବଲାଙ୍ଗିର, ସୋନପୁର, ବୌଦ୍ଧ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି ହୋଇଛି।

ବଲାଙ୍ଗିର

ବଲାଙ୍ଗିର ଜିଲ୍ଲାରେ ଉଛୁଳିଛି ତେଲ, ସୁକତେଲ, ରାହୁଲ ନଦୀ । ପାଣି ଘେରରେ ରାଜକେଲ, ନେମୁହାଣ, ତିରିତ୍ସାବାହାଳ, ତିନିକାମାଳ ଗାଁ। ବିଭିନ୍ନ ପଞ୍ଚାୟତ ବି ଜଳବନ୍ଦୀ। ଟିଟିଲାଗଡ଼ରୁ ବେଲଗାଁ ରାସ୍ତାର ସିଲେଟପରା ରାସ୍ତା ଉପରେ ୧୦ ଫୁଟରୁ ଅଧିକ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ସେହିପରି ବରଗଡ଼ ଜିଲ୍ଲାର ହାଲ୍‌ ବିଗାଡ଼ି ଦେଇଛି ଦୁଇ ଦିନର ଲଗାଣ ବର୍ଷା। ପଦ୍ମପୁର, ପାଇକମାଳ, ଝାରବନ୍ଦ, ଅମ୍ବାଭୋନା ବ୍ଲକରେ ବନ୍ୟା ପରିସ୍ଥିତି। ପ୍ରବଳ ବର୍ଷା ଯୋଗୁ ଆଜି ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ବନ୍ଦ ରହିଥିଲା ସବୁ ଶିକ୍ଷାନୁଷ୍ଠାନ।

ସୁବର୍ଣ୍ଣପୁର

ଜଳବନ୍ଦୀ ସୁବର୍ଣ୍ଣପୁର ଜିଲ୍ଲା। ତେଲନଦୀ, ସୁକତେଲ୍‌ ଓ ନିବୃତି ନଦୀରେ ଜଳ ସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ପରିସ୍ଥିତି ଉପୁଜିଛି। ତରଭା ବ୍ଲକ୍‌ର ଚାରଭଟା ଓ ବ୍ରାହ୍ମଣୀ ପଞ୍ଚାୟତର ବହୁ ଗାଁ ପାଣି ଘେରରେ । ଫଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ସେପଟେ ସୁକତେଲ୍‌ ଓ ନିବୃତି ନଦୀର ବନ୍ୟା ଜଳ ବଲାଙ୍ଗିର-ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଉପରେ ଲହଡ଼ି ମାରୁଛି । ଫଳରେ ସୋନପୁର-ବଲାଙ୍ଗିର, ସୋନପୁର-ତରଭାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

କନ୍ଧମାଳ

ଲଗାଣ ବର୍ଷା କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଭୌଗୋଳିକ ସ୍ଥିତିକୁ ଖଣ୍ଡ ବିଖଣ୍ଡିତ କରିଛି। ବାଟାଗୁଡ଼ା ଓ ମଣ୍ଡଳପୁଦରର ଧୋଇ ଯାଇଛି ଦୁଇଟି ଅସ୍ଥାୟୀ ପୋଲ। ଫଳରେ ୫୯ ନମ୍ବର ଜାତୀୟ ରାଜପଥରେ ବ୍ରହ୍ମପୁରରୁ ବାଲିଗୁଡ଼ା ଦେଇ ରାୟଗଡ଼ା, କଳାହାଣ୍ଡି ଓ ବଲାଙ୍ଗିରକୁ ଯାଆସ ବନ୍ଦ। ଖମଣଖୋଲ ପଞ୍ଚାୟତର ୫ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଛିନ୍ନ। ପ୍ରଭାବିତ ଅଞ୍ଚଳ ସ୍ଥିତି ବୁଲି ଦେଖିଛନ୍ତି ବାଲିଗୁଡ଼ା ବିଧାୟକ।

କଳାହାଣ୍ଡି

ସେହିପରି ପ୍ରବଳ ବର୍ଷାରେ କଳାହାଣ୍ଡି ଜିିଲ୍ଲାର ଏମ୍‌. ରାମପୁର ବ୍ଲକ ମୋହନଗିରି ଅଞ୍ଚଳ ଉବୁଟୁବୁ। ପାଣି ଘେରରେ ବିଭିନ୍ନ ଗାଁ । ସୁରକ୍ଷିତ ଆଶ୍ରୟ ସହ ବିପନ୍ନଙ୍କୁ ଦିଆଯାଉଛି ରନ୍ଧା ଖାଦ୍ୟ।ବର୍ଷାର ପ୍ରଭାବ ପଡ଼ିଛି ଟ୍ରେନ ଚଳାଚଳ ଉପରେ। ସମ୍ବଲପୁର-ଟିଟିଲାଗଡ଼ ରେଲୱେ ଟ୍ରାକ୍‌ରେ ପାଣି ଜମି ରହିବାରୁ ଦେଓଗାଁ ରୋଡ, ବରଗଡ, ସମ୍ବଲପୁର, ଟିଟଲାଗଡ ରୁଟ୍‌ରେ ବାତିଲ୍‌ ହୋଇଛି ଟ୍ରେନ୍‌ ସେବା।

ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି। ଭିଡିଓ କନଫେରେନ୍ସିଂରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ପୃକ୍ତ ଜିଲ୍ଲାରେ କଣ ସବୁ ଆବଶ୍ୟକତା ରହିଛି ତାହା ଉପରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟପକ୍ଷରେ ୧୫ ତାରିଖ ସକାଳୁ ମହାନଦୀରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ।ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ ଏବଂ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

 

 

KNews Bureau

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

9 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

24 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

34 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

45 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 hours ago