ପୁରୀ ବଡ଼ଦାଣ୍ଡରେ ଲହଡ଼ି ମାରୁଛି ପାଣି

ପୁରୀ: ଲଗାଣ ବର୍ଷାରେ ବେହାଲ ପୁରୀ । ପୁରୀ ବଡ଼ଦାଣ୍ଡରେ ଲହଡ଼ି ମାରୁଛି ପାଣି । ଗତକାଲି ରାତିରୁ ଲଗାଣ ବର୍ଷା ଯୋଗୁ ପୁରୀ ବଡ଼ ଦାଣ୍ଡରେ ବର୍ଷା ପାଣି ସୁଅ ଚାଲିଛି । ଗାଡି ମୋଟର ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ପ୍ରବଳ ବର୍ଷା ଯୋଗୁ ଗତକାଲି ପୁରୀର ବିଭିନ୍ନ ସ୍କୁଲକୁ ଛୁଟି କରିଥିଲା ଜିଲ୍ଲା ପ୍ରଶାସନ । ଆଜି ମଧ୍ୟ ସକାଳୁ ସକାଳୁ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁ ବଡ଼ ଦାଣ୍ଡରେ ଜମିଛି ପାଣି । ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ହନ୍ତସନ୍ତ ହେଉଛନ୍ତି।