ଗଜପତି ଜିଲ୍ଲାରେ ଜାରି ରହିଛି ମୁଷଳଧାରାର ବର୍ଷା, କାଶୀନଗର ଠାରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବଂଶଧାରା ନଦୀ

ଗଜପତି(କେନ୍ୟୁଜ୍): ଗଜପତି ଜିଲ୍ଲାରେ ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା । ମୁଷଳାଧାରାର ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସମେତ ଗୁମ୍ମା, କାଶୀନଗର, ନୂଆଁଗଡ, ଆର.ଉଦୟଗିରି, ମୋହନା, ରାୟଗଡ, ଗୋଷାଣି ବ୍ଲକରେ ତୁହାକୁ ତୁହା ଅନବରତ ବର୍ଷା ଜାରି ରହିଛି ।

ସେପଟେ କାଶୀନଗର ଠାରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବଂଶଧାରା ନଦୀ । ବଂଶଧାରା ବିପଦ ସଂକେତ ୫୪.୬୦, ସର୍ତକ ସଂକେତ ୫୪.୧୦ ମିଟର ଥିବା ବେଳେ ବର୍ତ୍ତମାନ ୫୩.୫୭ ମିଟରରେ ଜଳ ପ୍ରବାହିତ ହେଉଛି । ରାୟଗଡା, କଳାହାଣ୍ଡି ଜିଲ୍ଲାରେ ବର୍ଷା ଯୋଗୁ ରାତି ସୁଦ୍ଧା ଜଳପତନ ବୁଦ୍ଧି ପାଇବା ନେଇ ଆକଳନ କରାଯାଉଛି ।

Leave A Reply

Your email address will not be published.