କନ୍ଧମାଳରେ ଲଗାଣ ବର୍ଷା ଜାରି: ଧୋଇଗଲା ରାସ୍ତା, ଭାସିଗଲା ବ୍ରିଜ୍‌ର ଗାର୍ଡଓ୍ଵାଲ

ବାଲିଗୁଡା(କେନ୍ୟୁଜ୍): କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଜାରି । ଫଳରେ ବାଲିଗୁଡାର ଖଡ୍‌ଗ ନଦୀ ଓ ତୁମୁଡିବନ୍ଧର ରାହୁଲ ନଦୀର ଜଳସ୍ତର ବଢୁଛି। ଶ୍ରଦ୍ଧାପୁର ନିକଟରେ ଥିବା ଏକ ଛୋଟିଆ ବ୍ରିଜ୍‌ର ଗାର୍ଡଓ୍ଵାଲ ଭାସିଯାଇଛି ।

ଏହାସହ ଧୋଇଯାଇଛି ରାସ୍ତା । ତୁମୁଡିବନ୍ଧ ବ୍ଲକର ଜଲେଶପଟାରୁ ଶ୍ରଦ୍ଧାପୁର ଦେଇ ସିର୍ଲା ରାସ୍ତାରେ ଯାଇଥିବା ଛୋଟିଆ ବ୍ରିଜର ଗାର୍ଡ ଓ୍ଵାଲ ଭାସିବା ସହ ରାସ୍ତା ଧୋଇଯାଇଛି। ଫଳରେ ଶ୍ରଦ୍ଧାପୁରରୁ ସିର୍ଲା ପଂଚାୟତକୁ ଗମନାଗମନ ବନ୍ଦ ରହିଛି।

Leave A Reply

Your email address will not be published.