ଲଘୁଚାପ ଅବପାତର ରୂପ ନେବା ପରେ ରାଜ୍ୟରେ ପ୍ରବଳ ବର୍ଷା ଜାରି, ଆଜି ୧୦ ଜିଲ୍ଲାକୁ ଜାରି ହୋଇଛି ସତର୍କ ସୂଚନା

ଭୁବନେଶ୍ବର(କେନ୍ୟୁଜ୍):  ରାଜ୍ୟରେ ଲାଗିରହିଛି ପ୍ରବଳ ବର୍ଷା ।ଆହୁରି ଦୁଇ ଦିନ ପ୍ରବଳ ବର୍ଷିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା। ଦକ୍ଷିଣ ଓଡିଶା ଉପରେ ସକ୍ରିୟ ଥିବା ଅବପାତ ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ବେଗ ୨୫କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସହ ଭବାନୀପାଟଣା ଠାରୁ ଦକ୍ଷିଣ ପୂର୍ବ ଦିଗରେ ୧୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହା ନିଜର ଗତିର ଦିଗ ବଜାୟ ରଖିବା ସହ ଦକ୍ଷିଣ ଓଡିଶା ଏବଂ ଦକ୍ଷିଣ ଛତିଶଗଡ ଦେଇ ଗତିକରିବା ସହ ଧୀରେଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି । ଆଜି ୧୦ ଜିଲ୍ଲା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, କେଉଁଝର, ମୟୂରଭଞ୍ଜ, ଭଦ୍ରକ,ଯାଜପୁର ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ପାଇଁ ଆରେଞ୍ଜ ଜାରି ହୋଇଚି । ୧୮ ଜିଲ୍ଲା ରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ ଜାରି ହୋଇଚି ,କିଛି ସ୍ଥାନ ରେ ୭ ରୁ ୨୦ ସେଣ୍ଟି ମିଟର ବର୍ଷା ହେବ । ତେବେ ୧୩ ତାରିଖ ରୁ ବର୍ଷା ର ପ୍ରଭାବ ଟିକେ କମିବ ବୋଲି ଆଗୁଆ ଆକଳନ କରିଚି ଆଞ୍ଚଳିକ ପାଣିପାଗ ।

ଆଜିକୁ ୪ ଦିନ ହେବ ରାଜ୍ୟ ରେ ଲାଗି ରହିଛି ଲଗାଣ ବର୍ଷା ।ଗତ ୨୪ଘଣ୍ଟାରେ ରାଜ୍ୟରେ ୩ ସ୍ଥାନରେ ଅତି ପ୍ରବଳ ବର୍ଷା ୧୧୫.୬ ରୁ ୨୦୪.୪ ମିମି ଏବଂ ୩୪ ସ୍ଥାନରେ ପ୍ରବଳ ବର୍ଷା ୬୪.୫ ମିମି ରୁ ୧୧୫.୫ ମିମି ରେକର୍ଡ କରାଯାଇଛି | ସର୍ବାଧିକ ବର୍ଷା ୧୫୪ମିମି ଢେଙ୍କାନାଳ ସହର ରେ ରେକର୍ଡ କରାଯାଇଛି ।ଅବପାତ ପ୍ରଭାବରେ ଓଡ଼ିଶାର ସମସ୍ତ ସାମୁଦ୍ରିକ-ବନ୍ଦର ଗୋପାଳପୁର, ପାରାଦୀପ, ପୁରୀ, ଏବଂ ଚାନ୍ଦବାଲି ଧାମରା ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରିକରଯାଇଛି । ତଳିଆ ଅଞ୍ଚଳ ଜଳମଗ୍ନ ସହ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି । ତେଣୁ ସତର୍କ ସୂଚନା ଜାରି କରାଯାଇଛି । ସେପ୍ଟେମ୍ବରରେ ମୌସୁମୀ ସକ୍ରିୟ । ଗତ ୨୪ ଘଣ୍ଟା ମଧ୍ୟରେ ସ୍ୱାଭାବିକ ଠାରୁ ୨୭୦% ଅଧିକ ବର୍ଷା ରେକର୍ଡ ହୋଇଚି। ଆସନ୍ତା ୧୭ ତାରିଖ ବେଳକୁ ବଙ୍ଗୋପସାଗର ରେ ଦାନା ବାନ୍ଧିପାରେ ଆଉ ଏକ ଲଘୁଚାପ ।ଆଣିପାରେ ବଡ ବର୍ଷା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.