୧୪ ଜିଲ୍ଳା ଜାରି ରହିବ ବର୍ଷା: ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ବର(କେନ୍ୟୁଜ୍): ୨୪  ଘଣ୍ଟାରେ ରାଜ୍ୟରେ ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ରହିବ। ଆଜି ଉତ୍ତର ଓ ଉପକୂଳ ଅଞ୍ଚଳରେ ୧୪ ଜିଲ୍ଳା ଜାରି ରହିବ ବର୍ଷା । ଅବପାତ ଦୁର୍ବଳ ହୋଇଥିଲେ ମଧ୍ୟ ଦକ୍ଷିଣରୁ ଉତ୍ତରକୁ ବାୟୁ ପ୍ରବାହ ରହୁଥିବାରୁ ଆଜି ଏବଂ ଆସନ୍ତାକାଲି ବର୍ଷା ଳାଗି ରହିବ। ଗଞ୍ଜାମ, ଗଜପତି, ପୁରୀ, ଯାଜପୁର, ନୟାଗଡ, କଟକ ,ଖୋର୍ଦ୍ଦା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର , ସୁନ୍ଦରଗଡ଼, ମୟୁରଭଞ୍ଜ କେନ୍ଦୁଝରରେ ବର୍ଷା ହେବା ସମ୍ଭାବନା।

ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ୭ ରୁ ୧୧ ସେମି ବର୍ଷା ହୋଇପାରେ। ପୁରୀରେ ୪୫ ରୁ ୪୬ କିମି ବେଗ ପବନ ବାହୁଛି ଏହା ସହ , ଭୁବନେଶ୍ବର, ବାଲେଶ୍ବର, ପାରଦୀପରେ ମଧ୍ୟ ପବନର ବେଗ ତୀବ୍ର ରହିଛି। ଗତ ୨୪ ଘଣ୍ଟାରେ ପୁରୀରେ ସର୍ବାଧିକ ୫୪.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ପୁଣି ଆସନ୍ତା ୧୮ ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟରେ ୧୭ରୁ ବଢିବ ବର୍ଷା l

Leave A Reply

Your email address will not be published.