ଦୁଇଘଣ୍ଟାରେ ବେହାଲ ଭୁବନେଶ୍ୱର: ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ଜଳ, ଇସ୍କନ ଆଗରେ ଜଳବନ୍ଦୀ ସ୍ଥିତି

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ଲଗାଣ ବର୍ଷା । ଦୁଇଘଣ୍ଟାର ବର୍ଷାରେ ବେହାଲ ଭୁବନେଶ୍ୱର । ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି । ବିଶେଷକରି ଇସ୍କନ ଆଗରେ ଜଳବନ୍ଦୀ ସ୍ଥିତି । ଆଜି ସକାଳୁ ଆକାଶ ମେଘୁଆ ରହିଥିଲା । ପୂର୍ବାହ୍ନରେ ପ୍ରବଳ ବର୍ଷା ହୋଇଛି । ଘଣ୍ଟା ପ୍ରତି ୨ରୁ ୩ ସେଣ୍ଟିମିଟର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ । ଫଳରେ ଉପକୂଳରେ ବର୍ଷା ଲାଗି ରହିଛି ।

ଆସନ୍ତାକାଲି ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ରାଜ୍ୟରେ ମୌସୁମୀର ସକ୍ରିୟତା ଓ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଜିଠୁ ବର୍ଷା ପରିମାଣ ବଢ଼ିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ପାଇଁ ପ୍ରବଳ ବର୍ଷା ସମ୍ଭାବନା ଯୋଗୁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୬ରୁ ୧୦ ଯାଏଁ ରାଜ୍ୟରେ ବିସ୍ତାରିତ ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ୮ ଏବଂ ୯ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ବର୍ଷା ପ୍ରଭବାରେ ତଳିଆ ଅଞ୍ଚଳରେ ପାଣି ଜମିବା ସହ କଚ୍ଚା ରାସ୍ତା ଏବଂ କଚ୍ଚା ଘର ପ୍ରଭାବିତ ହେବା ସମ୍ଭାବନା ରହିଛି। ଅତିପ୍ରବଳ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ପ୍ରଭାବରେ ଅସୁରକ୍ଷିତ ପାହାଡିଆ ଅଞ୍ଚଳରେ ଭୂସ୍କଳନ ସମ୍ଭାବନା ରହିଛି। ଚାଷୀ ମାନଙ୍କୁ ସାମୟିକ ଭାବେ ଜମିରେ ୧୦ ତାରିଖ ଯାଏଁ କୀଟନାଶକ, ସାର ଓ ଜଳସେଚନ ମନା। ୭ରୁ ମତ୍ସ୍ୟଜୀବୀ ମାନଙ୍କୁ ଗଭୀର ସମୁଦ୍ର ଏବଂ ୮ରୁ ୧୦ ଯାଏଁ ଓଡ଼ିଶା ଉପକୂଳ ମନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.