ଲଗାଣ ବର୍ଷା : ସହର ସାରା ଖାଲି ପାଣି ଆଉ ପାଣି

କଟକ (କେନ୍ୟୁଜ୍) : ଲଗାଣ ବର୍ଷା। ଗତକାଲି ରାତିରୁ ବର୍ଷାରେ ସହର ସାରା ଖାଲି ପାଣି ଆଉ ପାଣି। ବଦାମବାଡିରେ ଆଣ୍ଠୁଏ ଆଣ୍ଠୁଏ ପାଣି। ଫଳରେ ଲୋକମାନେ ଯିବା ଆସିବା ପାଇଁ ହଇରାଣ ହେଉଛନ୍ତି। ଗଳି କନ୍ଦିରେ ଲହଡି ମାଡୁଛି ବର୍ଷା ପାଣି । ନାଳ ନର୍ଦ୍ଦମାର ଆବର୍ଜନା ପାଣି କଟକ ସହର ରାସ୍ତାରେ ପ୍ରବାହିତ ହେଉଛି ।
ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ମଧ୍ୟ ବନ୍ୟା ପରିସ୍ଥିତି। ଗତକାଲି ଠାରୁ ଲଗାଣ ବର୍ଷା ଜାରି ରହିଥିବାରୁ ବିଭିନ୍ନ ନଦୀ ନାଳରେ ଜଳସ୍ତର ବ୍ରୁଦ୍ଧି ପାଇଛି। ରେମାଳ ନଦୀ ଡ୍ୟାମର ଗୋଟିଏ ଗେଟ ଖୋଲା ଯାଇଛି। ସେଥିପାଇଁ ତଳିଆ ଅଞ୍ଚଳରେ ସତର୍କ ସୂଚନା ଜାରି କରିଛି ପ୍ରଶାସନ। ତରତରା ଓ କଣ୍ଟିପାଳ ପଞ୍ଚାୟତର ୪ଗାଁ ପାଣି ଘେରରେ ରହିଛି। ବିଭିନ୍ନ ଅଞ୍ଚଳରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି ଏବଂ ଅନେକ ଘରର କାନ୍ଥ ଭୁଶୁଡି ପଡିଛି।