ପ୍ରବଳ ବର୍ଷା ଯୋଗୁଁ କଟକରେ ଜନଜୀବନ ଅସ୍ତବ୍ୟସ୍ତ, ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

କଟକ (କେନ୍ଯୁଜ): କଟକରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ। ବାଦାମବାଡି ବସ୍‌ଷ୍ଟାଣ୍ଡ ସହ ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି। ଲୋକମାନେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ଉବୁଟୁବୁ ଗଳି, କନ୍ଦି। ତଳିଆ ଅଞ୍ଚଳ ମାନଙ୍କରେ ପାଣି ବି ପଶିଯାଇଛି।

ରାସ୍ତା ଉପରେ ଆଣ୍ଟୁଏ ଉଚ୍ଚର ପାଣି ଜମି ରହିଛି। ବିଡିଓ ଓ ତହସିଲଦାର ମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୪ଟି ବ୍ଲକରେ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ସିଏମ୍‌ସିର ୧୭୫ଟି ପମ୍ପ ସେଟ୍‌କୁ ପ୍ରସ୍ତୁତ ରଖାଯାଇଛି।