ଧାମରାରେ-କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ପବନ

ଧାମରା: ବାତ୍ୟାର ପ୍ରକୋପ ଆରମ୍ଭ ହେଲାଣି ।  ଧାମରାରେ ପ୍ରବଳ ବର୍ଷା ପବନ ହେଉଛି ।  କେନ୍ଦ୍ରାପଡ଼ାରେ ମଧ୍ୟ ପ୍ରବଳ ବର୍ଷା ପବନ ।  ପ୍ରଭାବିତ ହେବାକୁ ଥିବା ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବର୍ଷା ଲାଗି ରହିଛି। ବାତ୍ୟାରେ ବେଶି ପ୍ରଭାବିତ ହେବ ୩ ଜିଲ୍ଲା । ଭଦ୍ରକ, ବାଲେଶ୍ବର ଓ କେନ୍ଦ୍ରାପଡ଼ା। ସମୁଦ୍ର ଜୁଆରିଆ ହେଲାଣି ।

୧ରୁ ୨ ମିଟର ଉଚ୍ଚର ଜୁଆର ଉଠିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।  କଚା ଘର କ୍ଷତିଗ୍ରସ୍ତ ହେବା ଆଶଂକା ରହିଛି ।  ଆଜବେଷ୍ଟସ୍ ଛାତ ବି ଉଡ଼ାଇବ ବାତ୍ୟା ପବନ। ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଆଜି ୭ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି ।