ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା: ପୋଲ ଉପରେ ୪ ଫୁଟର ପାଣି, ବଢୁଛି ନଦୀର ଜଳସ୍ତର

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା । ପ୍ରବଳ ବର୍ଷା ପ୍ରଭାବରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। କାଲି ରାତିଠାରୁ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଏହାଫଳରେ ଜନଜୀବନ ଅସ୍ତବ୍ୟ ହୋଇପଡ଼ିଛି । ପୋଟେରୁ ନଦୀରେ ବନ୍ୟା ଆସିବା ସହିତ ପୋଲ ଉପରେ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ଏଥିଯୋଗୁଁ ମାଲକାନଗିରି-ମୋଟୁ ୩୨୬ ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ସେହିପରି କାଙ୍ଗୁରୁକୋଣ୍ଡା ଓ ଏମଭି-୯୦ ପୋଲ ଉପରେ ମଧ୍ୟ ପାଣି ଚାଲିଛି ।

ସେପଟେ ଆଜି ଓଡ଼ିଶା ଛୁଇଁବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ । ବର୍ତ୍ତମାନ ଅବପାତ ବେଙ୍ଗଲ ଉପକୂଳ ଓ ଉତ୍ତର-ଆନ୍ଧ୍ର ଉପକୂଳରେ ଅଛି। ଗତ ୬ ଘଣ୍ଟା ଧରି ୪ କିମି ବେଗରେ ଗତି କରୁଛି ଅବପାତ। ପୁରୀ ଠାରୁ ୪୦ କିଲୋମିଟର ଏବଂ ଗୋପାଳପୁରଠାରୁ ୬୦ କିଲୋମିଟର ଦୂରରେ ରହିଛି ଅବପାତ । ଏହା ଅଧିକ ଘନୀଭୂତ ହୋଇ ପୁରୀ ନିକଟ ଚିଲିକା ହ୍ରଦରେ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ରହିବ ।

You might also like