ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା, ଛତିଶଗଡ଼କୁ ଯୋଗାଯୋଗ ବିଛିନ୍ନ

ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା । ବିଶେଷକରି ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳ ବର୍ଷା ଯୋଗୁଁ ଛତିଶଗଡ଼କୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ସୁକମା ଜିଲ୍ଲାର ଝାପ୍ରା ପୋଲ ଉପରେ ତିନିରୁ ଚାରି ଫୁଟ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ମାଲକାନଗିରିରୁ ସୁକମାକୁ ଯାତାୟାତ ଠପ ହୋଇଯାଇଛି ।  ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି । ପୋଲର ଉଭୟ ପାର୍ଶ୍ଵରେ ଗାଡି ମୋଟର ଅଟକି ରହିଛି ।

 

ଆହୁରି ପଢ଼ନ୍ତୁ :  ବାଙ୍କୀ ଘୋଳପୁର ଏଆରସିଏସ ଅଫିସ ଉପରକୁ ବୋମା ମାଡ଼,ମଧ୍ୟରାତ୍ରିରେ ୩ଟି ବୋମା ମାଡ଼ କରି ଦୁବୃର୍ତ୍ତ ଫେରାର