ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା: ସୁନ୍ଦରଗଡ଼,ସମ୍ବଲପୁର,ଝାରସୁଗୁଡ଼ାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର : ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼,ସମ୍ବଲପୁର,ଝାରସୁଗୁଡ଼ାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଦେଓଗଡ଼, ଅନୁଗୁଳ ,କେଉଁଝର,ସୋନପୁର,ବରଗଡ଼,ମୟୂରଭଞ୍ଜରେ ପ୍ରବଳ ବର୍ଷାର ଆଶଙ୍କା ନେଇ ଜାରି ହୋଇଛି ୟେଲୋ ଆଲର୍ଟ । ଆସନ୍ତାକାଲିଠୁ କମିବ ବର୍ଷା । ୫୦ ରୁ ୬୦ କିମି ବେଗରେ ପବନ ବହିବ ।
ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ବନ୍ଦରଗୁଡିକୁ ୩ ନମ୍ବର ବିପଦ ସଂକେତର ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଉତ୍ତର ଓଡ଼ିଶା ଉପକୂଳ ଅର୍ଥାତ ପାରାଦ୍ୱୀପ ଓ ଧାମରା ବନ୍ଦର ପାଇଁ ଏହି ୱାର୍ଣ୍ଣିଂ ରହିଛି। ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ବର୍ତ୍ତମାନ ବାଂଲାଦେଶ ଓ ପଶ୍ଚିମବଙ୍ଗରେ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ସହ ଝାଡ଼ଖଣ୍ଡ ଓ ଛତିଶଗଡ ଆଡକୁ ଗତି କରିବ ।