ଆଗାମୀ କିଛି ଘଣ୍ଟାରେ ପ୍ରବଳ ବର୍ଷା, ୬ ଜିଲ୍ଲା ସମେତ ଟ୍ଵିନ୍‌ସିଟିକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ: SRC

ଭବନେଶ୍ବର(କେନ୍ଯୁଜ୍): ପ୍ରବଳ ବର୍ଷିବ । ଆଗାମୀ କିଛି ଘଣ୍ଟାରେ ପ୍ରବଳ ବର୍ଷା । ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୬ ଜିଲ୍ଲା ସମେତ ଟ୍ଵିନ୍‌ସିଟିକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହାସହ ଟ୍ଵିନ୍‌ସିଟିକୁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି।

ଉପକୂଳ ଜିଲ୍ଲାର ତଳିଆ ଅଞ୍ଚଳରେ ଥିବା ଲୋକମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି SRC । କଟକ ଓ ଭୁବନେଶ୍ୱରରେ ଜାରି ରହିଛି ପ୍ରବଳ ବର୍ଷା ସାଙ୍ଗକୁ ପବନ। ଟ୍ଵିନ୍‌ସିଟିର ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ରହିଛି। ପାଗ ଅନ୍ଧାର କରି ରହିଛି। ଭିଜିବିଲିଟି କମ୍‌ ଯୋଗୁ ଟ୍ରାଫିକ ସମସ୍ୟା ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.