ରାଜ୍ୟରେ ବର୍ଷା ଆହୁରି ୨୪ ଘଣ୍ଟା: ଢେଙ୍କାନାଳ,କେନ୍ଦୁଝର,କଟକ,ଖୋର୍ଦ୍ଧା ଓ ପୁରୀରେ ରେଡ ଆଲର୍ଟ ଜାରି

ଭୁବନେଶ୍ବର(କେନ୍ୟୁଜ୍): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ବେହାଲ ସାରା ରାଜ୍ୟ । ପାଣିପାଗ ବିଭାଗ କହିଛି, ରାଜ୍ୟରେ ବର୍ଷା ଆହୁରି ୨୪ ଘଣ୍ଟା। ଢେଙ୍କାନାଳ,କେନ୍ଦୁଝର,କଟକ,ଖୋର୍ଦ୍ଧା, ପୁରୀରେ ରେଡ ଆଲର୍ଟ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, ଗଞ୍ଜାମ, କେନ୍ଦ୍ରପଡା, ନୟାଗଡ଼, ଅନୁଗୁଳୁରେ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।

ସମ୍ବଲପୁର, ବୌଦ୍ଧ, କନ୍ଧମାଳ, ଗଜପତି ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ସର୍ବାଧିକ ବର୍ଷା ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକରେ ରେକର୍ଡ କରାଯାଇଛି। ସେପଟେ ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । କୌଣସି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ । ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଏସଆରସି ପ୍ରଦୀପ ଜେନା କହିଛନ୍ତି । ସେପଟେ ବର୍ଷା କାରଣରୁ ୧୦ ଜିଲ୍ଲାରେ ଆଜି ସ୍କୁଲ, ଛୁଟି ଓ ଅଙ୍ଗନବାଡି କେନ୍ଦ୍ରରେ ଛୁଟି ଘୋଷଣା କରାଯାଇଛି । କେନ୍ଦୁଝର,କେନ୍ଦ୍ରାପଡ଼ା,ବାଲେଶ୍ୱର, ଗଞ୍ଜାମ, ଖୋର୍ଦ୍ଧା, ଜଗତ୍‌ସିଂହପୁର, ପୁରୀ, ଯାଜପୁର, ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାରେ ସ୍କୁଲ ଛୁଟି ହେବ