ପଶ୍ଚିମ ଝଡ଼ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା, ଆଜିି ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ଯୁଜ୍): ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ଗତ ୨୪ଘଣ୍ଟାରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ୫ଟି ସ୍ଥାନରେ ଘନକୁହୁଡ଼ି ଦେଖାଯାଇଛି। ଆଗାମୀ ୩ଦିନ ଯାଏ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ ହୋଇଛି। ବର୍ଷା ପାଇଁ ଆଜିି ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି।

ପଟେ ବର୍ଷା କମିବା ପରେ ତିନିଦିନ ପରେ ପୁଣି ଲେଉଟିବ ଶୀତ। ତିନିଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ଏହା ପରେ ଧୀରେ ଧୀରେ ତାପମାତ୍ରା ଖସି ୩ରୁ ୪ଡିଗ୍ରୀ ସେଲ୍‌ସିୟସ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହାର ପ୍ରଭାବରେ ପୁଣି ଫେରିବ ଶୀତ।