ପ୍ରବଳ ବର୍ଷା ମାଡରେ ଭୁଷୁଡି ଗଲା ନିର୍ମାଣାଧୀନ କଂକ୍ରିଟ କାନ୍ଥ

କେନ୍ଦ୍ରାପଡା(କେ ନ୍ୟୁଜ): କେନ୍ଦ୍ରାପଡା ଜିଲ୍ଲା ଆଳିବ୍ଲକ ଅନ୍ତର୍ଗତ ଜୁଆଣିଆ ପଞ୍ଚାୟତରେ ମହାତ୍ମାଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ନିର୍ମାଣାଧିନ ପୋଖରୀ ସୌନ୍ଦର୍ଯ୍ୟକରଣର କଂକ୍ରିଟ କାନ୍ଥ ଢଳେଇ ବର୍ଷା ମାଡରେ ଭୁଷୁଡି ପଡିଛି । ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଯୋଗୁଁ ପୋଖରୀ ଚାରିପାର୍ଶ୍ବରେ ନିର୍ମାଣାଧିନ କଂକ୍ରିଟ ଢଳେଇ ଭୁଷୁଡି ପଡିଛି । “ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନା”ରେ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣାଧିନ ଏହି ପ୍ରକଳ୍ପ ଦାୟିତ୍ବରେ ଥିବା କନିଷ୍ଠଯନ୍ତ୍ରୀଙ୍କୁ ନିର୍ମାଣାଧିନ ପ୍ରକଳ୍ପର ଭୁଷୁଡିବା ସଂପର୍କରେ ପଚାରିବାକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ ।

ଖାମଖିଆଲି ମନୋଭାବ ଓ ଅର୍ଥ ହେରାଫେରି ପାଇଁ ପ୍ରକଳ୍ପର ସ୍ଥାୟିତ୍ବ ଉପରେ ଗୁରୁତ୍ୱ ଦିଆଯାଉ ନଥିବାରୁ ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କ ଦାୟିତ୍ବରେ ନିର୍ମିତ ଏକାଧିକ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ପୂର୍ବରୁ ଭୁଷୁଡି ଥିବାର ଅଭିଯୋଗ ଉଠୁଛି । ତେବେ ଏ ସଂପର୍କରେ  ଆଳି ବିଡିଓ କହିଛନ୍ତି ଘଟଣା ସତ୍ୟ ହୋଇଥିଲେ ତଦନ୍ତ କରାଯାଇ ସଂପୃକ୍ତ କାର୍ଯ୍ୟର ବିଲ୍ ପୈଠ କରାଯିବ । ସଂପୂର୍ଣ୍ଣ କାର୍ଯ୍ୟ ଶେଷ ହେବାପରେ ବିଲ୍ ପୈଠ କରାଯିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.