ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ: ପ୍ରବଳ ବର୍ଷା ପାଇଁ ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ବର(କେନ୍ୟୁଜ୍):  ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜିଠୁ ବର୍ଷାର ବିସ୍ତୃତ ବଢିବ । ପ୍ରବଳ ବର୍ଷା ନେଇ ଆଜି ପାଇଁ ୧୭ ଜିଲ୍ଲାକୁ ପାଣିପାଗ ବିଭାଗ ୱେଲୋ ୱାର୍ଣ୍ଣିଂ ଦେଇଛି । ଉପକୂଳ ଜିଲ୍ଲାଗୁଡିକ ସମେତ ନୟାଗଡ଼, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ହୋଇପାରେ।

ଆସନ୍ତାକାଲି କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ପୁରୀ ଓ ଖୋର୍ଦ୍ଧା ଏବଂ ପ୍ରବଳ ବର୍ଷା ପାଇଁ ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି। ୬ତାରିଖରୁ କମିବ ବର୍ଷାର ପରିମାଣ ।

Leave A Reply

Your email address will not be published.