ଆଉ ୪ ଦିନ ପ୍ରବଳ ବର୍ଷିବ, ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆହୁରି ୩ ଦିନ ପ୍ରବଳ ବର୍ଷିବ ।  ଲଘୁଚାପ ପ୍ରଭାବରେ ରାଜ୍ୟବ୍ୟାପୀ ବିକ୍ଷିପ୍ତ ବର୍ଷା ଜାରି ରହିଛି। ଆଜିଠୁ କମିବ ବର୍ଷାର ବିସ୍ତୃତି ।  ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ ।  ଉତ୍ତର ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି । ଆଗାମୀ ୨୪ ଘଣ୍ଟାରେ ଏହା ଉତ୍ତର- ପଶ୍ଚିମଉତ୍ତର ଦିଗରେ ଗତି କରିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ଆକଳନ କରିଛି ।  ଏହା ସହ ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ।  ପ୍ରଭାବରେ ଆଗାମୀ ୩ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଆଜି ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, ନବରଙ୍ଗପୁରରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।  ପ୍ରବଳ ବର୍ଷା ପାଇଁ ୨୯ତାରିଖରେ ୩ ଜିଲ୍ଲା ଓ ୩୦ରେ ୫ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।  ଲଘୁଚାପ ବର୍ଷା ସତ୍ତ୍ବେ ରାଜ୍ୟରେ ୮ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।  ମୌସୁମୀ ଋତୁରେ ଏଯାଏ ରାଜ୍ୟରେ ୪୬୧.୩ ମିମି ବର୍ଷା ହୋଇଥିବା ବେଳେ ସ୍ବାଭାବିକ ବୃଷ୍ଟିପାତ ପରିମାଣ ୫୦୧. ୬ ମିମି । ଗୋଟିଏ ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୪ଟି ଜିଲ୍ଲାରେ ଅଧିକ, ୧୪ଟି ଜିଲ୍ଲାରେ ସ୍ବାଭାବିକ ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଆଉ ୪ ଦିନ ପ୍ରବଳ ବର୍ଷିବ ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।