କାଲିଠୁ ବର୍ଷାରେ ଭିଜିବ ଓଡ଼ିଶା: ଦୁଇଦିନ ଧରି କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି
କେନ୍ୟୁଜ୍(ବ୍ୟୁରୋ): କାଲିଠୁ ବର୍ଷାରେ ଭିଜିବ ଓଡ଼ିଶା। ପଶ୍ଚିମା ଝଡ଼ ପ୍ରଭାବ ଏବଂ ବଙ୍ଗୋପସାଗର ମଧ୍ୟରୁ ରାଜ୍ୟ ମୁହାଁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୂ ପ୍ରଭାବରେ ହେବ ବର୍ଷା। ଦୁଇଦିନ ଧରି କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୪ତାରିଖରେ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ଅନୁଭୁତ ହେବ। ବର୍ଷାର ବିସ୍ତୃତ ଏବଂ ପରିମାଣ ବୃଦ୍ଧି ହେବା ସହ କିଛି ଜିଲ୍ଲାରେ କୁଆପଥର ମାଡ଼ ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ପାଣିପାଗରେ ପରିବର୍ତ୍ତନର ପ୍ରଭାବ ମୁଖ୍ୟତଃ କୃଷିକ୍ଷେତ୍ର ଉପରେ ପଡ଼ିବାର ଆଶଙ୍କା ରହିଛି। ଆସନ୍ତାକାଲି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ଓ ଉତ୍ତର ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୪ତାରିଖ ପାଇଁ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୫ତାରିଖରୁ ପୁଣି ପାଗ ଶୁଖିଲା ରହିବ।