ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ, ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଭିତରେ ସବୁ ଜିଲ୍ଲାରେ ହେବ ବର୍ଷା
ଭୁବନେଶ୍ବର(କେନ୍ୟୁଜ୍): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଭିତରେ ସବୁ ଜିଲ୍ଲାରେ ବର୍ଷା ହେବ । ମୁଖ୍ୟତଃ ଉତ୍ତର ଓଡିଶା ଓ ଦକ୍ଷିଣ ଓଡିଶାରେ ଥିବା ସବୁ ଜିଲ୍ଲାରେ ବିକ୍ଷିପ୍ତ ବର୍ଷାାର ସମ୍ଭାବନା ରହିଛି । କେନ୍ଦ୍ରାପଡା,ଭଦ୍ରକ,ଜଗତସିଂହପୁର,ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଆସନ୍ତା ୨ ରୁ ୩ ଦିନ ଯାଏଁ ସାରା ରାଜ୍ୟରେ ଲାଗି ରହିବ ବର୍ଷା । ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୪୮ ଘଣ୍ଟା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଗତ ୨୪ ଘଣ୍ଟା ଭିତରେ ଭଦ୍ରକରେ ସର୍ବାଧିକ ବର୍ଷା ୬୩ ମିଲିମିଟର ରେକର୍ଡ କରାଯାଇଛି । ସେହିଭଳି ରାଜକନିକାରେ ୫୩ ମିଲିମିଟର ଓ ପିପିଲିରେ ୪୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏଯାଏ ସ୍ୱାଭାବିକ ଠାରୁ ୨ ମିଲିମିଟର ବର୍ଷା ଅଧିକ ହୋଇଛି ।