ପଞ୍ଜାବ ପଟୁ ସୃଷ୍ଟି ହୋଇଛି ଟ୍ରପ୍‌ ଲାଇନ୍‌, ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ପଞ୍ଜାବ ପଟୁ ଏକ ଟ୍ରପ୍‌ ଲାଇନ୍‌ ସୃଷ୍ଟି ହୋଇଥିବାରୁ ଆଜି ରାଜ୍ଯର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସୂଚନା ଥାଉକି,  ବର୍ତ୍ତମାନ ସବୁ ଆଡେ ଜାରି ରହିଛି ମୌସୁମୀ ବର୍ଷା । ବିଶେଷ କରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ପୁରୀରେ ଆଜି ବର୍ଷା ହେବାର ନାହିଁ, ତଥାପି ପାଗ ମେଘୁଆ ରହିବ। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟର ସବୁ ଜିଲ୍ଲାରେ ସ୍ୱଳ୍ପ ବର୍ଷା ହୋଇଛି । ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସହ ଘଡଘଡି ହୋଇଛି । ବାରିପଦାରେ ସର୍ବାଧିକ ୪୦.୦ ମିମି ବର୍ଷା ରେକର୍ଡ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.