ଆସୁଛି ଲଘୁଚାପ: ଆସନ୍ତା ସପ୍ତାହରେ ରାଜ୍ୟରେ ପ୍ରବଳ ବର୍ଷା, ଚାଷୀଙ୍କୁ ମିଳିବ ଆଶ୍ବସ୍ତି

ଭୁବନେଶ୍ବର : ଆସୁଛି ଲଘୁଚାପ ।  ଯାହା ପ୍ରଭାବରେ ଆସନ୍ତା ସପ୍ତାହରେ ରାଜ୍ୟରେ ଭୀଷଣ ବର୍ଷା ହେବ। ଯାହାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଅର୍ଥାତ୍ ଆସନ୍ତା ୩ରୁ ପ୍ରବଳ ବର୍ଷିବ । କାରଣ ୪ ତାରିଖରେ ଓଡ଼ିଶାରେ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି । ମୌସୁମୀ ଟ୍ରଫ୍‌ ଉତ୍ତର ଦିଗରୁ ଦକ୍ଷିଣ ଦିଗକୁ ମୁହାଁଇବା ପାଇଁ ପରିବେଶ ଅନୁକୂଳ ହୋଇଥିବାରୁ ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ସହ ବଡ ବର୍ଷା ଆସିବ ।

ଏହି ଖବର ବିଶେଷ ଭାବେ ଚାଷୀଙ୍କୁ ଆଶ୍ବସ୍ତି ଦେଇଛି । ନିଅଣ୍ଟିଆ ବର୍ଷା ଚାଷ ପ୍ରତି ଭୟଙ୍କର ବିପଦ ଟାଣି ଆଣିଛି । ଆଉ ସପ୍ତାହେ ଯଦି ଏଭଳି ସ୍ଥିତି ଲାଗି ରହିବ ତେବେ ପରିସ୍ଥିତି ଆହୁରୀ ଭୀଷଣ ହେବ । ଓଡ଼ିଶାରେ ଉଜୁଡିଯାଇପାରେ ଚାଷ । ୬ ଜିଲ୍ଲାର ୨୫ଟି ବ୍ଳକ୍‌ର ସ୍ଥିତି ସଙ୍ଗିନ ରହିଛି । ଏସବୁ ଜିଲ୍ଲାର ଚାଷୀ ଏବେ ବର୍ଷାକୁ ଅପେକ୍ଷା କରି ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.