ମୌସୁମୀ ପ୍ରଭାବରେ ଆଜି ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୬ ଯାଏ ମେଘୁଆ ରହିବ ପାଗ

ଭୁବନେଶ୍ୱର(କେନ୍ୟୁଜ): ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ଆଜି ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ଝାଡ଼ଖଣ୍ଡ ଓ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶାର ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ବାୟୁମଣ୍ଡଳରେ ଦକ୍ଷିଣ ଆଡ଼କୁ ଢଳିଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଜୁନ୍‌ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ମୁଖ୍ୟତଃ ମେଘୁଆ ରହିବ। ସେପଟେ ଜୁନ୍‌ ୧୪ ସୁଦ୍ଧା ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀର ହାରାହାରି ବର୍ଷା ୧୪.୧ ମିଲିମିଟର ରହିଥିଲା। ଯାହାକି ସ୍ୱାଭାବିକ ବର୍ଷାଠାରୁ ୮୦ ପ୍ରତିଶତ ନିଅଣ୍ଟିଆ ରହିଥିଲା। ୭ ଦିନରେ ୪୨ ପ୍ରତିଶତ ନିଅଣ୍ଟିିଆ ବର୍ଷା ଭରଣା ହୋଇଛି । ଯାହାକି ବର୍ତ୍ତମାନ ସ୍ୱାଭାବିକ ବର୍ଷା ଠାରୁ ୩୮ ପ୍ରତିଶତ କମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.