ଶିମିଳିପାଳ ଅଭୟାରଣ୍ୟ ଏବଂ କରଞ୍ଜିଆ ଉପଖଣ୍ଡରେ ପ୍ରବଳ ବର୍ଷା: ଭଣ୍ଡନ, କଣ୍ଟାଖଇରି, ଦେଓ ନଦୀର ଜଳସ୍ତର ବୃଦ୍ଧି

କରଞ୍ଜିଆ(କେନ୍ୟୁଜ୍): ୨୪ ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଶିମିଳିପାଳ ଅଭୟାରଣ୍ୟ ଏବଂ କରଞ୍ଜିଆ ଉପଖଣ୍ଡ ରେ ଏହାର ପ୍ରଭାବ ଅଧିକ ରହିଛି । ଦୁଇଦିନ ଲଗାଣ ବର୍ଷାରେ ଶିମିଳିପାଳରୁ ବାହାରିଥିବା ଭଣ୍ଡନ, କଣ୍ଟାଖଇରି, ଦେଓ ନଦୀର ଜଳସ୍ତର ବୃଦ୍ଧି ପାଇବା ରେ ଲାଗିଛି ।

ବନବିଭାଗ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଶିମିଳିପାଳ ପାଦ ଦେଶରେ ଥିବା ରାମତୀର୍ଥରେ ସର୍ବାଧିକ ୧୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

Leave A Reply

Your email address will not be published.