ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା! କୁଆପଥର ମାଡ଼ ପାଇଁ ଆଜି ୧୩ଟି ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(କେନ୍ଯୁଜ୍):ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବ ବାୟୁମଣ୍ଡଳରେ ସକ୍ରିୟ ରହିଥିବାରୁ ବର୍ଷା ଜାରି ରହିଛି। ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଙ୍ଗଳବାର ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଛି। ଆଜି ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି ବିଭିନ୍ନ ସ୍ଥାନରେ ଘଡଘଡି ସହ କୁଆପଥର ବର୍ଷା ହୋଇଛି। ଝାରସୁଗୁଡ଼ାରେ ସର୍ବାଧିକ ୪୫.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ମଧ୍ୟମଧରଣର ବର୍ଷା ସହ କୁଆପଥର ମାଡ଼ ପାଇଁ ଆଜି ୧୩ଟି ଜିଲ୍ଲା, ଆସନ୍ତାକାଲି ପାଇଁ ୧୫ ଜିଲ୍ଲା ଓ ୧୪ ତାରିଖରେ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଅଦିନିଆ ବର୍ଷା ଓ କୁଆପଥର ମାଡରେ ଫସଲ ନଷ୍ଟ ହେବା ସହ ମଣ୍ଡିରେ ଭିଜୁଛି ଧାନ।