ଗଭୀର ଅବପାତ ଯୋଗୁଁ ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ପ୍ରବଳ ବର୍ଷା, ୧୩ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ଯୁଜ୍): ବଙ୍ଗୋପସାଗରରେ ଉତ୍ତର ଉପକୂଳ ଓଡ଼ିଶାରେ ଗଭୀର ଅବପାତ। ଗଭୀର ଅବପାତ ଯୋଗୁଁ ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ଅସ୍ତରଙ୍ଗରେ ୫୩ ସେ.ମି., କାକଟପୁରରେ ୫୩ ସେ.ମି., ବାଲିକୁଦାରେ ୪୪ ସେ.ମି., କଣ୍ଟାପଡ଼ାରେ ୩୮ ସେ.ମି., ନିଆଳି ୩୭ ସେ.ମି., ଆଳିପିଙ୍ଗଳରେ ୩୬ ସେ.ମି., ପୁରୀରେ ୩୪ ସେ.ମି., ଗୋପରେ ୩୩ ସେ.ମି., ସତ୍ୟବାଦୀରେ ୩୩ ସେ.ମି., ରଘୁନାଥପୁରରେ ୩୨ ସେ.ମି., ନିମାପଡ଼ାରେ ୩୦ ସେ.ମି., କେନ୍ଦ୍ରାପଡ଼ାରେ ୨୮ ସେ.ମି., ମାର୍ଶାଘାଇରେ ୨୭ ସେ.ମି. ବର୍ଷା ହୋଇଛି।

ଗଭୀର ଅବପାତ କ୍ରମଶଃ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଦୁର୍ବଳ ହୋଇ ଆଗାମୀ ୧୨ ଘଣ୍ଟାରେ ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ ୧୩ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ବଲାଙ୍ଗିର, ନୂଆପଡା, ବରଗଡ଼ ।